Posts

"ଦମନ" ଓଡ଼ିଆ ସିନେମାରେ ଏକ ଯୁଗାନ୍ତକାରୀ ଅଧ୍ୟାୟର ଆହ୍ଵାନ

ବହୁଦିନ ପରେ ଏକ ଭିନ୍ନ ଓ ସୁନ୍ଦର ବିଷୟବସ୍ତୁ ଉପରେ ଗୋଟିଏ ଓଡ଼ିଆ ସିନେମା "ଦମନ" ଦେଖିବାକୁ ମିଳିଲା। ସୁନ୍ଦର ନିର୍ଦ୍ଦେଶନା ଓ ସଂଳାପ, ଭଲ ସିନେମାଟୋଗ୍ରାଫି, ନିଛୁକ ଓଡ଼ିଆ ଗୀତ ତାହାସହ ଲୋମ ଟାଙ୍କୁରି ଯାଉଥିବା କିଛି ଦୃଶ୍ୟ ଫିଲ୍ମକୁ ଆହୁରି ସୁନ୍ଦର କରିଦେଉଛି। ଦମନରେ ବାବୁଶାନ୍ ସମ୍ପୂର୍ଣ ଭିନ୍ନ ଏକ ଚରିତ୍ରରେ ଦେଖିବାକୁ ମିଳିଲେ। ବାବୁଶାନଙ୍କ ଅଭିନୟ ଖୁବ ଚମତ୍କାର ଥିଲା।  ଦିପାନ୍ଵିତ୍ ସହ କଳାକାର ରୂପେ ଫିଲ୍ମରେ ନିଜର ଚମତ୍କାର ଅଭିନୟ ଦେଖେଇଛନ୍ତି। ଓଡ଼ିଆ ଫିଲ୍ମ ଭବିଷ୍ୟତର ଦିପାନ୍ଵିତ୍ ଏକ ଉଜ୍ଵଳମୟ ତାରକା। ଏହା ଛଡା ଫିଲ୍ମରେ ଥିବା ଅନ୍ୟ କଳାକାର ବୃନ୍ଦ ତଥା ମାଲକାନଗିରିର ସ୍ଥାନୀୟ ଲୋକଙ୍କର ବଳିଷ୍ଠ ଅଭିନୟ ସିନେମାରେ ଏକ ଭିନ୍ନ ବାତାବରଣ ସୃଷ୍ଟି କରିଛି। ଏହାଛଡା ଦମନ ସିନେମାରେ ଆମେ ମାନେ ବିଲ୍କୁଲ ଆମ ଓଡ଼ିଆ ବାସ୍ନା ଭଲ ଭାବେ ବାରି ପାରିବା। ନିର୍ଦ୍ଦେଶକ ପ୍ରତେକ ଟି ଜିନିଷ କୁ ଓଡ଼ିଶା ଓ ଓଡ଼ିଆର ସ୍ପର୍ଶ ଦେବାକୁ ଚାହିଁଛନ୍ତି ଓ ଯାହା ଦମନରେ ଭଲ ଭାବେ ପରିଲକ୍ଷିତ ମଧ୍ୟ ହେଉଛି। ନିର୍ଦ୍ଦେଶକ ଦେବି ପ୍ରସାଦ ଲେଙ୍କା ଓ ବିଶାଲ ମୌର ଦମନ ସିନେମାରେ ନିଜର ନିଖୁଣ ନିର୍ଦ୍ଦେଶନା ଦେଇଛନ୍ତି। ଓଡ଼ିଆ ସିନେମା କୁ ଏହିଭଳି ଯୁବ ଓ ନିଷ୍ଠାବାନ ଦରକାର ଅଛି ଯିଏ ବୁଡି ଯାଉଥିବା ଓଡ଼ିଆ ସିନେମା ଜାହାଜ କୁ ପୁଣି ଥରେ ସଜାଡି ସମୁଦ୍ରରର ଢେଉ ସହ ଲଢ଼ିବା ପାଇଁ ସକ୍ଷମ କରିବେ। ପ୍ରକୃତ ପକ୍ଷେ ନିର୍...

ହିନ୍ଦୁ ପରମ୍ପରାରେ ତୁଳସୀ ପୂଜନ

ସପ୍ତ ମାତୃକା ପୁଜନ ହିନ୍ଦୁର ମୌଳିକ ଦୃଷ୍ଟି। ପ୍ରଥମେ ମହର୍ଷି ଅଗସ୍ତି ପବିତ୍ର ଶାକ୍ତ ପରମ୍ପରାରେ ୧.ମାହେଶ୍ବରୀ, ୨. ବୈଷ୍ଣବୀ, ୩. ବ୍ରାହ୍ମଣୀ, ୪.ଐନ୍ଦ୍ରୀ, ୫. କୌମାରୀ, ୬.ନରସିଂହ୍ମୀ, ୭. ବରାହୀ, ଆଦି~ମାତୃକାଙ୍କର ପୂଜନ ବିଧି ଆରମ୍ଭ କରିଥିଲେ । ଏହି ଗୌରବମୟ ପରମ୍ପରାରେ ପ୍ରତ୍ୟେକ ହିନ୍ଦୁ ଘରେ ପ୍ରତ୍ୟେକ ବିବାହ ବ୍ରତ ଆରମ୍ଭ ହେବା ପାଇଁ ସାତ ଜଣ ମା'ଙ୍କ ହାତରେ ମଙ୍ଗଳ କୃତ୍ୟ (ଦିଅଁ ମଙ୍ଗୁଳା) କର୍ମର ଆୟୋଜନ କରାଯାଏ । ବୈଷ୍ଣବ ଚେତନାରେ ମାତୃ ଭକ୍ତିକୁ ହିନ୍ଦୁ ସମାଜର ମାନବୀୟ ଅନୁଭୂତିରେ ଦୃଢ଼ ଆଧାର ଦେବାପାଇଁ ନିଜ ଜନ୍ମଦାତ୍ରୀ ମା ସହିତ ଗୀତା ମାତା, ଗାୟତ୍ରୀ ମାତା, ଗଙ୍ଗା ମାତା, ବେଦ ମାତା, ଗୋ ମାତା, ତୁଳସୀ ମାତା ପୂଜନର ଗୌରବମୟ ପରମ୍ପରା ହିନ୍ଦୁ ମନୀଷା ନିର୍ମାଣ କରିଛନ୍ତି । ଏହା ମଧ୍ୟରୁ ତୁଳସୀ ପୂଜନ  ଭାଗବତ ପରମ୍ପରାରେ ବିଶେଷ ସ୍ଥାନ ପାଇ ଅଧିକ ବିକଶିତ ଓ ମହତ୍ତ୍ୱପୂର୍ଣ୍ଣ  ହୋଇଛି । ଏହି ପରମ୍ପରାରେ ପ୍ରତ୍ୟେକ ହିନ୍ଦୁ ଘରେ ଆମ ମା ଭଉଣୀ ମାନେ ତୁଳସୀ ଚଉରା ନିକଟରେ ସକାଳ ସଂନ୍ଧ୍ୟାରେ ଦୀପ ଟିଏ ଜାଳି ନିଜ ପରିବାରର ମଙ୍ଗଳ କାମନା କରିବା ଓଡ଼ିଆ ଘରର ସ୍ବାଭାବିକ ଚଳଣି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୋଗରେ ତୁଳସୀ ଲାଗି ହେଲାପରେ ସେ ମହାପ୍ରସାଦ ହୁଏ । ଦୈନିକ ତୁଳସୀ ଦର୍ଶନ ଆମ ଆସ୍ଥାରେ ପାପ ନାଶକ, ମୋକ୍ଷ ଦାୟକ ଓ କଲ୍ୟାଣ କାରକ।  ପବିତ୍ର ଗୀତା ଜୟନ୍ତୀ ଓ ତୁଳସୀ ମାତା...