ହିନ୍ଦୁ ପରମ୍ପରାରେ ତୁଳସୀ ପୂଜନ

ସପ୍ତ ମାତୃକା ପୁଜନ ହିନ୍ଦୁର ମୌଳିକ ଦୃଷ୍ଟି। ପ୍ରଥମେ ମହର୍ଷି ଅଗସ୍ତି ପବିତ୍ର ଶାକ୍ତ ପରମ୍ପରାରେ ୧.ମାହେଶ୍ବରୀ, ୨. ବୈଷ୍ଣବୀ, ୩. ବ୍ରାହ୍ମଣୀ, ୪.ଐନ୍ଦ୍ରୀ, ୫. କୌମାରୀ, ୬.ନରସିଂହ୍ମୀ, ୭. ବରାହୀ, ଆଦି~ମାତୃକାଙ୍କର ପୂଜନ ବିଧି ଆରମ୍ଭ କରିଥିଲେ । ଏହି ଗୌରବମୟ ପରମ୍ପରାରେ ପ୍ରତ୍ୟେକ ହିନ୍ଦୁ ଘରେ ପ୍ରତ୍ୟେକ ବିବାହ ବ୍ରତ ଆରମ୍ଭ ହେବା ପାଇଁ ସାତ ଜଣ ମା'ଙ୍କ ହାତରେ ମଙ୍ଗଳ କୃତ୍ୟ (ଦିଅଁ ମଙ୍ଗୁଳା) କର୍ମର ଆୟୋଜନ କରାଯାଏ । ବୈଷ୍ଣବ ଚେତନାରେ ମାତୃ ଭକ୍ତିକୁ ହିନ୍ଦୁ ସମାଜର ମାନବୀୟ ଅନୁଭୂତିରେ ଦୃଢ଼ ଆଧାର ଦେବାପାଇଁ ନିଜ ଜନ୍ମଦାତ୍ରୀ ମା ସହିତ ଗୀତା ମାତା, ଗାୟତ୍ରୀ ମାତା, ଗଙ୍ଗା ମାତା, ବେଦ ମାତା, ଗୋ ମାତା, ତୁଳସୀ ମାତା ପୂଜନର ଗୌରବମୟ ପରମ୍ପରା ହିନ୍ଦୁ ମନୀଷା ନିର୍ମାଣ କରିଛନ୍ତି । ଏହା ମଧ୍ୟରୁ ତୁଳସୀ ପୂଜନ  ଭାଗବତ ପରମ୍ପରାରେ ବିଶେଷ ସ୍ଥାନ ପାଇ ଅଧିକ ବିକଶିତ ଓ ମହତ୍ତ୍ୱପୂର୍ଣ୍ଣ  ହୋଇଛି । ଏହି ପରମ୍ପରାରେ ପ୍ରତ୍ୟେକ ହିନ୍ଦୁ ଘରେ ଆମ ମା ଭଉଣୀ ମାନେ ତୁଳସୀ ଚଉରା ନିକଟରେ ସକାଳ ସଂନ୍ଧ୍ୟାରେ ଦୀପ ଟିଏ ଜାଳି ନିଜ ପରିବାରର ମଙ୍ଗଳ କାମନା କରିବା ଓଡ଼ିଆ ଘରର ସ୍ବାଭାବିକ ଚଳଣି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୋଗରେ ତୁଳସୀ ଲାଗି ହେଲାପରେ ସେ ମହାପ୍ରସାଦ ହୁଏ । ଦୈନିକ ତୁଳସୀ ଦର୍ଶନ ଆମ ଆସ୍ଥାରେ ପାପ ନାଶକ, ମୋକ୍ଷ ଦାୟକ ଓ କଲ୍ୟାଣ କାରକ। 

ପବିତ୍ର ଗୀତା ଜୟନ୍ତୀ ଓ ତୁଳସୀ ମାତା ପୂଜନର ଅଭିନନ୍ଦନ।

Comments

  1. Most worshipped plants are medicinal. It's a research by our ancestors

    ReplyDelete

Post a Comment

Popular posts from this blog

"ଦମନ" ଓଡ଼ିଆ ସିନେମାରେ ଏକ ଯୁଗାନ୍ତକାରୀ ଅଧ୍ୟାୟର ଆହ୍ଵାନ